ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ : ସାରା ରାଜ୍ୟରେ ଖାଲି ରହିଛି ୪୦% ଡାକ୍ତର ପଦବୀ

81

କନକ ବ୍ୟୁରୋ : ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠିକ ନଥିବା ଦର୍ଶାଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ଦଳ । ଏକ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ୨୧ ବର୍ଷ ନିରଂକୁଶ ଶାସନ ସତ୍ତ୍ବେ ଗ୍ରାମାଂଚଳରେ ଗୋଟିଏ ବି ନୂଆ ହସ୍ପିଟାଲ ସ୍ଥାପନ କରିନାହାନ୍ତି ସରକାର ।

ସାରା ରାଜ୍ୟରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି ରହିଛି । ମୋଟ୍ ୨ ହଜାର ୩୬୬ଟି ଡାକ୍ତର ପଦବୀ ଖାଲିଥିବା କଂଗ୍ରେସ ଅଭିଯୋଗ କରିଛି । ସେହିପରି ମେଡିକାଲ କଲେଜଗୁଡିକରେ ୧୨ ପ୍ରତିଶତ ଅର୍ଥାତ ୨୦୨ଟି ପଦବୀ ଖାଲି ପଡିଛି । ଏଗୁଡିକୁ ପୂରଣ କରିବା ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଘୋଷଣା କରିଥିବାବେଳେ ସେ ଦିଗରେ ପଦକ୍ଷେପ ନେଇନଥିବା କଂଗ୍ରେସ କହିଛି । ତେଣୁ ରାଜ୍ୟବାସୀଙ୍କ ପ୍ରତି ଏ ସଠତା କାହିଁକି ବୋଲି ଦଳ ପ୍ରଶ୍ନ କରିଛି ।