କନକ ବ୍ୟୁରୋ : ବାହାଘର କର ଟିକଟ ନିଅ । ଟିକେଟ ପାଇବା ପାଇଁ ବିଜେଡି ବିଜେପି ବାହାଘର କର, ଲୋକଙ୍କ ସହ ଯୋଡି ହୁଅ । ବିଜେଡି-ବିଜେପି ବାହାଘରର ଫୋଟ ସୋସିଆଲ ମିଡିଆରେ ଅପଲୋଡ କର । ଏଭଳି ନିର୍ଦ୍ଦେଶ ପାଇବା ପରେ ଏବେ ରାଜ୍ୟ କଂଗ୍ରେସରେ ଚାଲିଛି ବିବାହ ପର୍ବ । ରାୟଗଡା ଜିଲ୍ଲାରେ କଂଗ୍ରେସ ବାହାଘର କରିବାରେ ବ୍ୟସ୍ତ ରହିଛି । ରାୟଗଡା ନିର୍ବାଚନ ମଣ୍ଢଳିରେ ଅନେକ ଆଶାୟୀ ରହିଛନ୍ତି । ପିସିସିର ନିର୍ଦ୍ଧେଶ ଅନୁସାରେ ଆଶାୟୀ ମାନେ ବାହାଘର କାମରେ ଲାଗିପଡିଛନ୍ତି । ସ୍ଥାନିୟ କଂଗ୍ରେସ ଭବନରେ ଲୋକସଭା ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲ୍ଲାକା ଓ ରାୟଗଡା ବିଧାନସଭା ଆଶାୟୀ ପର୍ଥୀ ଆପଲାସ୍ୱାମି କାଡ୍ରାକା ବିଜେଡି ବିଜେପିର ବାହାଘର ଧୁମଧାମରେ କରାଇଛନ୍ତି । ଡିଜେ ବଜାଇ ବରଯାତ୍ରୀ ବାହାରି ନାଚି ନାଚି ଯାଇ କଂଗ୍ରେସ ଭବନରେ ପହଂଚି ବାହାଘର କରାଇଥିଲେ । ଠିକ ସେହିପରି ଆଉ ଜଣେ ରାୟଗଡା ବିଧାନସବା ଆଶାୟୀ ପ୍ରାର୍ଥୀ ପପୁ ମାଝି ନିଜ ବାସ ଭବନରେ ବାହାଘର ଆୟୋଜନ କରିଥିଲେ । ରୀତିନୀତି ଅନୁସାରେ ବର-କନ୍ୟା ବେଦିରେ ବସିଥିଲେ । ବ୍ରାହ୍ମଣ ବେଦ ମନ୍ତ୍ର ପାଠ କରି ବିବାହ ସମ୍ପନ୍ନ କରାଇଥିଲେ । ବିଜେଡି କନ୍ୟା ଓ ବିଜେପି ବର ସାଜିଥିଲା । ମଙ୍ଗଳସୂତ୍ର ପିନ୍ଧାଇ ଏକତ୍ର ରହିବେ ବୋଲି ଶପଥ ନେଇଥିଲେ । ଶେଷରେ ଭୋଜି ଖାଇ ଘରକୁ ଫେରିଥିଲେ ବରଯାତ୍ରୀ କଂଗ୍ରେସ ନେତା ଓ କର୍ମୀ ।
କଂଗ୍ରେସରେ ଚାଲିଛି ବିବାହ ଋତୁ । ବିଜେଡି- ବିଜେପି ଏକ ବୋଲି ବାରମ୍ବାର ଅଭିଯୋଗ କରିଆସୁଥିବା କଂଗ୍ରେସରେ ବିଜେଡି-ବିଜେପି ବାହାଘର ପର୍ବ ଚାଲିଛି । ବିଜେଡିକୁ ବର ଓ ବିଜେପିକୁ କନିଆ କହି ବିବାହ କରାଯାଉଛି । ବାଲେଶ୍ୱର ରାଜନୀତିରେ ମଧ୍ୟ ଏହି ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି । ବାଜା-ବାଣର ରୋଶିଣୀ ପରେ ଭୋଜିଭାତ ହୋଇଛି ।
ସେପଟେ ଗଂଜାମ ଜିଲ୍ଲା ସାନଖେମୁଣ୍ଡିରେ ମଧ୍ୟ ସାଧାରଣ ନିର୍ବାଚନ ପାଇଁ ଚଳଚଂଚଳ ହେଲାଣି ରାଜନୀତି । ଗଂଜାମ ସାନଖେମୁଣ୍ଡି ଅଂଚଳରେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା, ସମର୍ଥକଙ୍କ ସହ ବିରାଟ ପଟୁଆରରେ ରାଲି କରି ରାସ୍ତା ଉପରେ ବାହାଘର କରାଇଥିବା ଦେଖିବାକୁ ମିିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/13-20.jpg)