ରାଜ୍ୟ କଂଗ୍ରେସର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଚୂଡ଼ାନ୍ତ: ଯେକୌଣସି ସମୟରେ ହୋଇପାରେ ଘୋଷଣା

ରାଜ୍ୟ କଂଗ୍ରେସର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଚୂଡ଼ାନ୍ତ: ଯେକୌଣସି ସମୟରେ ହୋଇପାରେ ଘୋଷଣା

କନକ ବ୍ୟୁରୋ: କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)ରେ ଓଡ଼ିଶାରେ ହେବାକୁ ଥିବା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଯେ କୌଣସି ସମୟରେ ତାଲିକା ଘୋଷଣା ହୋଇପାରେ। ଅପରପକ୍ଷେ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ଗତକାଲି ସ୍କ୍ରିନିଂ କମିଟିରେ ସମ୍ଭାବ୍ୟ ପ୍ରାର୍ଥୀତାଲିକା କରାଯାଉଥିବା ଜଣାଯାଇଛି। ତେବେ ଆଜି ସିଇସି ବୈଠକରେ ଶେଷ ଦୁଇ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ପାଇଁ ତାଲିକା ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ନଚେତ ଆସନ୍ତା ୨୨ ତାରିଖ ବୈଠକରେ ତାହା ଚୂଡ଼ାନ୍ତ ହେବ ବୋଲି ଜଣାଯାଇଛି।

publive-image

ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିପାରିନଥିବା ବେଳେ ସେ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ପାଇଁ ଯଥାକ୍ରମେ ପ୍ରଦୀପ ମାଝି ଓ ଭକ୍ତଚରଣ ଦାସଙ୍କ ନାମ ଚୂଡ଼ାନ୍ତ ହୋଇଛି। ସେହିପରି କୋରାପୁଟ ଆସନ ପାଇଁ ସପ୍ତଗିରି ଉଲାକା ଏବଂ ବ୍ରହ୍ମପୁର ପାଇଁ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ନାମ ରହିଥିବା ଚର୍ଚ୍ଚା ଚାଲିଛି। ସେହିପରି ବିଭିନ୍ନ ବିଧାନସଭା ଆସନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରାର୍ଥୀମାନଙ୍କ ବିଷୟରେ ଜୋରସୋର ଆଲୋଚନା ହେଉଛି। ତେବେ ଉକ୍ତ ତାଲିକା ପ୍ରକାଶ ପାଇବାର ଶେଷ ମୁହୂର୍ତ୍ତରେ ମଧ୍ୟ ବଦଳାଯିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe