କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ଦାବିରେ, ତୁଳସୀ ଯାତ୍ରା କରିଛି ରାଜ୍ୟ କଂଗ୍ରେସ । ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲାରୁ ତୁଳସୀ ସଂଗ୍ରହ କରି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନକୁ ଅଣାଯିବା ପରେ, ଆଜି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିଥିଲା ତୁଳସୀ ଯାତ୍ରା । ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯାତ୍ରାରେ ସାମିଲ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛନ୍ତି ।

Advertisment

ତୁଳସୀ ଯାତ୍ରା ପୁରୀରେ ପହଁଚିବା ପରେ, ସଂଗ୍ରୃହୃିତ ତୁଳସୀକୁ ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି କଂଗ୍ରେସ ନେତା । ଏଥିହସ ଯଦି ସରକାର ସେମାନଙ୍କ ଦାବିକୁ ନଶୁଣନ୍ତି, ତାହେଲେ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ସମାନ ଦାବିରେ ପୂର୍ବରୁ ବଡଦାଣ୍ଡରେ ବିକ୍ଷୋଭ କରିଥିଲା କଂଗ୍ରେସ । କାର୍ତିକ ମାସ ପୂର୍ବରୁ ଚାରିଦ୍ୱାର ଖୋଲିବାକୁ ଡେଡଲାଇନ ଦେଇଥିଲା । ହେଲେ, ସରକାର କଂଗ୍ରେସର ଦାବିକୁ ନଶୁଣିବାରୁ, ପରବର୍ତି ସମୟରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦଳ ପକ୍ଷରୁ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ତାପରେ ତୁଳସୀ ଯାତ୍ରା କରିବାକୁ ସାରାରାଜ୍ୟରୁ ତୁଳସୀ ସଂଗ୍ରହ କରିଥିଲା ରାଜ୍ୟ କଂଗ୍ରେସ ।