ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଅଗଷ୍ଟ ୨ ରୁ ୧୪ ପର୍ଯ୍ୟନ୍ତ ଆବେଦନ; ଅଗଷ୍ଟ ୨୩ରୁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା 

1,393

କନକ ବ୍ୟୁରୋ : ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଗଷ୍ଟ ୨ ରୁ ୧୪ ପର୍ଯ୍ୟନ୍ତ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।  ଅଗଷ୍ଟ ୨୩ରୁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା  । ଅକ୍ଟୋବର ୧୨ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେଧା ତାଲିକା ।

ଅକ୍ଟୋବର ୨୨ରେ ପର୍ଯ୍ୟାୟରେ ହେବ ପ୍ରଥମ ପର୍ଯ୍ୟାୟ ସିଟି ଆଲଟମେଂଟ । ଅକ୍ଟୋବର  ୨୨ ରୁ ୨୮ ମଧ୍ୟରେ ନାମଲେଖା ହେବ  । ନଭେମ୍ବର ୪ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।