ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି : ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ଏସଆରସି

155

କନକ ବ୍ୟୁରୋ : ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦେଖି ସତର୍କ ହେଉଛନ୍ତି ରାଜ୍ୟ ସରକାର । ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲଫ କମିଶନର । ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଓ ରନ୍ଧାଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି ।

ତଳିଆ ଓ ଜଳବନ୍ଦୀ ଅଂଚଳର ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛନ୍ତି ଏସଆରସି । ବର୍ଷାରେ ନଷ୍ଟ ହୋଇଯାଇଥିବା ରାସ୍ତାଗୁଡିକର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ନଦୀଗୁଡିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ମଧ୍ୟ କହିଛନ୍ତି ଏସଆରସି । ରାଜ୍ୟରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଓ ଏହାର ମୁକାବିଲା ପାଇଁ ଆଜି ଦିନ ୧୧ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି ।