ରାଜ୍ୟରେ ଆହୁରି ବଢ଼ିବ ଶୀତ : ୮ ଜିଲ୍ଳାରେ ପ୍ରବାହିତ ହେବ ଶୀତ ଲହରି; ଜାରି ହେଲା ୟେଲୋ ୱାର୍ଣ୍ଣିଂ, ଶିଶୁ, ବୃଦ୍ଧଙ୍କୁ ସତର୍କ ରହିବାକୁ ପରାମର୍ଶ

Advertisment
ଖସୁଛି ପାରଦ, ବଢୁଛି ଥଣ୍ଡା : ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ

କନକ ବ୍ୟୁରୋ : ଜାନୁଆରୀ ମାସରେ ଶୀତ ରାଜ୍ୟବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ, ଫେବ୍ରୁଆରୀ ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରି ପ୍ରବାହିତ ହେବା ସହ ତମାମ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଯାଇଛି ଏବଂ ରାତ୍ରିରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି ।

ଶୀତ ପ୍ରକୋପ ଆହୁରି ବଢ଼ିବ । ଏହାକୁ ଆଖି ଆଗରେ ରଖି ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବା ସହ ଘନ କୁହୁଡି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିନେଇ ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ୮ଟି ଜିଲ୍ଲାକୁ ଚେତାବନୀ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟ ମଧ୍ୟରେ ଶିଶୁ, ବୃଦ୍ଧ ତଥା ରୋଗୀମାନଙ୍କୁ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦେବା ସହ ଘନ କୁହୁଡିକୁ ଦୃଷ୍ଟିରେ ରଖି ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe