ଏମ୍ସରେ ରହିବେ ଜଗାବଳିଆ: ଦୁଇ ଭାଇଙ୍କ ଚିକିତ୍ସା ଜାରି ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

Advertisment
ଏମ୍ସରେ ରହିବେ ଜଗାବଳିଆ: ଦୁଇ ଭାଇଙ୍କ ଚିକିତ୍ସା ଜାରି ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଲେ ନବୀନ

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ ପରେ ଅଲଗା-ଅଲଗା ହେବା ପରେ ମଧ୍ୟ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ ଏମ୍ସରେ ଜାରି ରଖିବାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଜଗା କାଳିଆ ସଂପୂର୍ଣ୍ଣ ସୁସ୍ଥ ହେବା ଯାଏ ଦିଲ୍ଲୀରେ ଏମ୍ସରେ ଚିକିତ୍ସା କରାଯାଉ ବୋଲି ଅନୁରୋଧ କରୁଛନ୍ତି।

publive-image IMAGE COURTESY-https://odishasuntimes.com

ସୂଚନାଯୋଗ୍ୟ, ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ବ୍ୟାପକ ଉନ୍ନତି ଆସିଛି। ଉଭୟ ଶିଶୁ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରୁଛନ୍ତି। ଜଗା ହସ୍ପିଟାଲରେ ବେଡରୁ ଉଠି ବାହାରେ ବୁଲାବୁଲି କରୁଛି। କିଛି ଦିନ ତଳେ ସେ ପ୍ରଥମ ଥର ପାଇଁ ଏମ୍ସ ବାହାରକୁ ଯାଇ ଇଣ୍ଡିଆ ଗେଟ ବୁଲିଥିଲା। ସେହିପରି କାଳିଆର ସ୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି। କାଳିଆ ତରଳ ଖାଦ୍ୟ ଖାଉଛି।

jaga balia

ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଅକ୍ଟୋବରରେ ଏମ୍ସ ଡାକ୍ତର ଟିମ ୨୧ ଘଣ୍ଟା ସର୍ଜରୀ କରିବା ପରେ ଜଗା-କାଳିଆଙ୍କୁ ଅଲଗା କରିଥିଲେ। ଏକଦା ଯୋଡ଼ାମୁଣ୍ଡ ଜଗା-କାଳିଆଙ୍କ ସଫଳ ଅପରେସନ ପାଇଁ ଦେଶବାସୀ ଚିନ୍ତା କରିଥିଲେ। ଓଡ଼ିଶାରେ ଅନେକ ସାମାଜିକ ସଂଗଠନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିରରେ ଦୀପ ଜାଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe