ମମତାଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ : ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କଲେ ନବୀନ

ଗତକାଲି ନନ୍ଦିଗ୍ରାମରେ ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

269

କନକ ବ୍ୟୁରୋ : ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କଲେ ନବୀନ । ସେହିପରି ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତ ମୁଖ୍ୟମନ୍ତ୍ରୀ । ଗତକାଲି ନନ୍ଦିଗ୍ରାମରେ ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପୂର୍ବରୁ ନାମାଙ୍କନ କରିବା ପାଇଁ ନନ୍ଦିଗ୍ରାମ ଯାଇଥିଲେ ମମତା । ଆଉ ଅପରାହ୍ନରେ ସେ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ତାଙ୍କ ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି । ସେପଟେ ବିଜେପି ପାଲଟା ଅଭିଯୋଗ କରିି କହିଛି, ଆଘାତ ଲାଗିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ । ଘଟଣାର ସିବିଆଇ ଯାଂଚ କରିବାକୁ ବିଜେପି ଦାବି କରିଛି । ନନ୍ଦିଗ୍ରାମରେ ମମତା ବାନାର୍ଜୀ ନିର୍ବାଚନ ଲଢୁଛନ୍ତି । ବୁଧବାର ନାମାଙ୍କନ ଦାଖଲ କରିବାକୁ ସେ ନନ୍ଦିଗ୍ରାମରେ ଥିଲେ । ଆଉ ଏହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଛି ।