କଳାହାଣ୍ଡିରେ ରାତିରେ ରୋଡ ଶୋ’ କଲେ ନବୀନ । ଆଜି କରିବେ ମାଣିକେଶ୍ୱରୀଙ୍କୁ ଦର୍ଶନ

ପଶ୍ଚିମରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

312

କନକ ବ୍ୟୁରୋ: ନବୀନଙ୍କ ମେଗା ରୋଡ ଶୋ’ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରିବାକୁ ଥିବାବେଳେ ଗତକାଲି ରାତିରେ ମେଗା ରୋଡ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଭବାନୀପାଟଣା ସହରରେ ରୋଡ ସୋ କରିିଛନ୍ତି ବିଜେଡି ସୁପ୍ରିମୋ ।

ରାତି ହୋଇଥିଲେ ବି ନବୀନଙ୍କ ଏହି ରୋଡ ଶୋ’ରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଟିକେ ଝଲକ ପାଇବା ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ କଳାହାଣ୍ଡିର ଜନସାଧାରଣ । ଆଜି ପୂର୍ବାହ୍ନ ୧୦ଟାରେ ମାଣିକେଶ୍ୱରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବା ପରେ ପୁଣି ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ । କଳାହାଣ୍ଡି ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ, ନର୍ଲାରେ ପ୍ରଚାର କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ରାତ୍ରି ରହଣିରେ ଅଛନ୍ତି । ଆଜି ଦିନ ପୂର୍ବାହ୍ନ ୧୦ଟା ୪୦ରେ ମାଣିକେଶ୍ବରୀ ମନ୍ଦିର ଯାଇ ଦର୍ଶନ କରିବେ। ଏଠାରୁ ହେଲିପେଡ଼କୁ ଯାଇ ଜୟପାଟଣା ବ୍ଲକର ଅଁଲାଭଟା ନିକଟସ୍ଥ ଚାଚିକୁଡା ଦଶପଡା ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଦିନ ୧୨ଟାରେ ହ୍ୟାଲିକପ୍ଟର ଯୋଗେ ତୁଳାପଡା ଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଅଭିମୁଖେ ଫେରିଯିବେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ସହରରେ ରାତ୍ରି ରହଣି କରୁଥିବା ନେଇ ଚଳଚଞ୍ଚଳ ହୋଇ ଉଠିଥିଲା। ଏ ନେଇ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।