ରାଜଧାନୀର ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ: ମୁଖ୍ୟ ଅତିଥୀ ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; କରୋନା କଟକଣା ଯୋଗୁଁ ସାମିଲ ହେଲେନି ସାଧାରଣ ଜନତା

163

କନକ ବ୍ୟୁରୋ: ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିରେ ସମ୍ମାନୀତ ଅତିଥୀ ଭାବେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କୋଭିଡ କଟକଣା ଭିତରେ ପରେଡ ଉତ୍ସବ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କ ଏଥର ବାରଣ କରାଯାଇଛି ।

ପରେଡ ଉତ୍ସବ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରେଡ ସମୟରେ ପରେଡ ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ଦିଆଯାଇଥିଲା ।