କନକ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକ୍ସନ ମୋଡରେ ରହିଛନ୍ତି । କିଛିଦିନ ତଳେ ବିଭିନ୍ନ ବିଭାଗର ଉପଦେଷ୍ଠା ମାନଙ୍କୁ କାର୍ଯ୍ୟାରୁ ଅବ୍ୟାହତି ଦେଇଥିବା ବେଳେ ଆଜି ବିଭିନ୍ନ ନିଗମରେ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି ।

Advertisment

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ୟ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି କରାଯାଇଛି । ୨୨ ଜଣ ଓଏସଏସ ଅଧିକାରୀଙ୍କୁ ସିଏମଓରୁ ଅପସାରଣ କରାଯାଇଛି । ସେମାନଙ୍କୁ ନିଜ ବିଭାଗକୁ ବଦଳି କରାଯାଇଛି ।

ଓଏସଏସ କ୍ୟାଡରର ଅନେକ ଅଧିକାରୀ ବଦଳି ହୋଇଥିବା ବେଳେ ଆହୁରି ଅନେକ ପୁରୁଣା ଅଧିକାରୀ ସିଏମଓରେ ରହିଛନ୍ତି । ତେଣୁ ସେମାନଙ୍କ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ୟ୍ୟ କରିବେ ନା ସେମାନଙ୍କୁ ମଧ୍ୟ ବଦଳି କରାଯିବ ତାହା ଉପରୁ ପରଦା ହଟିନି ।