କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ଚିଠି ଲେଖିଛନ୍ତି । ଫନି ପ୍ରଭାବିତଙ୍କୁ ମିଳୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର  କ୍ଷତିଗ୍ରସ୍ତ ଘର ଚିହ୍ନଟ ହୋଇଛି । କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ନବୀନ ଚିଠି ଲେଖିଛନ୍ତି । ଏହା ଦ୍ୱାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିିଳିପାରିବ ।

Advertisment

ଫନି କ୍ଷତିଗ୍ରସ୍ତ ହୋଇନଥିବା ୧୬ ଜିଲ୍ଲାରୁ ୬ ଲକ୍ଷ ୭ ହଜାର ଘର ଚିହ୍ନଟ ହୋଇଛି। ୧୬ ଜିଲ୍ଲାରୁ ୬ ଲକ୍ଷ ୭ ହଜାର ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଜିଓ ଟ୍ୟାଗ ଦ୍ୱାରା ଚିହ୍ନଟ କରାଯାଉ । ଜିଓ ଟ୍ୟାଗ ପାଇଁ ମୋବାଇଲ ଆପ, ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଛନ୍ତି ନବୀନ । ଏହାଦ୍ୱାରା ଫନି ପ୍ରଭାବିତ ଅଂଚଳରେ ଲୋକେ ଆବେଦନ କରିପାରିବେ ।