ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ : ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ନଜର

2,322

କନକ ବ୍ୟୁରୋ : ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମ ପାଳିବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ।

କାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ହୋଇଥିଲା ଆଲୋଚନା । ପ୍ରଧାନମନ୍ତ୍ରୀ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଓଡିଶାକୁ ୧୦ର ଦିନର ଆଗୁଆ ଟିକା ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସଫଳତାର ସହ ଟିକାକରଣ କରାଯାଇଛି । ପ୍ରତିଦିନ ଏବେ ଅଢେଇ ଲକ୍ଷରୁ ଅଧିକ ଟିକାକରଣ କରାଯାଉଛି ।

କେନ୍ଦ୍ରକୁ ବାରମ୍ବାର ଅନୁରୋଧ ସତ୍ୱେ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ମିଳୁନାହିଁ । ରାଜ୍ୟରେ ଯଥେଷ୍ଟ ଟିକା ନଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି । କୋଭିଡର ନୂଆ ଲହରକୁ ଦେଖି ୨୦୨୧-୨୨ ପାଇଁ ୩୦୦ କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୦-୨୦୨୧ରେ କୋଭିଡ ମୁକାବିଲା ପାଇଁ ଓଡିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡିଶାକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିଲା ।