କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେଡିର ସଫଳତା ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିକୁ ସମର୍ଥନ କରିଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ବିଜେଡି ଜନାଦେଶକୁ ସମ୍ମାନ ଦେଇ ଗ୍ରହଣ କରୁଛି ବୋଲି କହିଛନ୍ତି ।
ଏଥିସହ ଯେଉଁ ଜିଲ୍ଲାରେ ବିଜେଡିକୁ ଲୋକେ ଗ୍ରହଣ କରିନାହାନ୍ତି ସେସବୁ ସ୍ଥାନରେ ଦଳ ସମୀକ୍ଷା କରି ଆଗକୁ ବଢିବ । ଏହାସହ ୨୦୧୯ରେ ବିଜେଡି ସଂଖ୍ୟା ଗରିଷ୍ଠ ସରକାର ଗଢିବ ବୋଲି ଦୃଢୋକ୍ତି ବାଢିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-