ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ହେଲା ପରିଣତ

614

କନକ ବ୍ୟୁରୋ : କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଆଜି ଭବାନୀପାଟଣା ଯାଇ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୮୧ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଭବାନିପାଟଣା ମେଡିକାଲ କଲେଜ ଓ ହସ୍ପିଟାଲକୁ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରାଯାଇଛି । ୨ ଦଶନ୍ଧି ଧରି ଜିଲ୍ଲାରେ ମେଡିକାଲ କଲେଜ୍ ନେଇ ହେଉଥିବା ଦାବି ପୂରଣ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପାଠପଢ଼ା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସଂପର୍କରେ ବୁଝିଛନ୍ତି ନବୀନ ।

ସେହିପରି କଳାହାଣ୍ଡିରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଗ୍ରାମାଂଚଳରୁ ସହରାଂଚଳକୁ ସଂଯୋଗ ସୁଲଭ ଓ ସୁନିଶ୍ଚିତ ହେବ ବୋଲି କହିଛନ୍ତି ନବୀନ । ପର୍ଯ୍ୟଟନ ଓ ଆଂଚଳକ ଅର୍ଥ ବ୍ୟବସ୍ଥାକୁ ଏହା ତ୍ୱରାନ୍ୱିତ କରିବ । ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସଶକ୍ତି ହେବେ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।