କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନର ସରଗରମ ଭିତରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ଗୁଜବର, ଜବାବ ଭିନ୍ନ ଢଙ୍ଗରେ ଦେଇଛନ୍ତି ବିଜେଡି ସୁପ୍ରିମୋ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି, ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ନିର୍ବାଚନ ଆସିଲେ ଏମିତି ଗୁଜବ ଉଠେ ।
ତେବେ ନିଜ ସ୍ୱାସ୍ଥ୍ୟକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରିବା ସହ ସେ ସଂପୁର୍ଣ୍ଣ ସୁସ୍ଥ ଥିବା କଥା କହିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ଚର୍ଚ୍ଚା ଚାଲିଛି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ହେଲେ ଆମେ ଦେଖୁଛୁ ଆପଣ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଚାଲିଥିବା ଚର୍ଚ୍ଚାକୁ ନେଇ କଣ କହିବେ । ବାସ୍ ଏଇ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ରଖିଥିବା କେଇ ସେକେଣ୍ଡର ଉତର ଅନେକ ନୂଆ ଚର୍ଚ୍ଚାକୁ ସାମ୍ନାକୁ ଆଣିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଯେତେବେଳେ ନିର୍ବାଚନ ଥାଏ, ସେତେବେଳେ ମୋ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ନେଇ ଗୁଜବ ଆରମ୍ଭ ହୁଏ । ହେଲେ ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ମୁଁ ସଂପୁର୍ଣ୍ଣ ସୁସ୍ଥ ଓ ଖୁସି ଅଛି । ଲୋକଙ୍କ ସେବା କରିବା ପାଇଁ ମୁଁ ଅଛି । ହେଲେ ଏହି ଗୁଜବ କିଏ ପ୍ରଚାର କରୁଛି, ଏଥିରେ ବିରୋଧୀଙ୍କ ହାତ ଅଛି କି, ସେନେଇ ବେଶ ମାପିଚୁପି ଉତର ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଯେବେ ମଧ୍ୟ ଏଭଳି ଗୁଜବ ପ୍ରଚାର ହୁଏ, ସେବେ ଆପଣ ଆଶ୍ୱସ୍ତ ହୁଅନ୍ତୁ, ବିଜୁ ଜନତା ଦଳ ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ କରିବ । ଏଥିସହ କରୋନା ନେଇ ସତର୍କ କରାଇବାକୁ ମଧ୍ୟ ନବୀନ ଭୁଲିନଥିଲେ ।
ବଡ କଥା ହେଉଛି, ପୂର୍ବରୁ ମଧ୍ୟ ୨୦୧୪ ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଗୁଜବ ପ୍ରଚାରିତ ହୋଇଥିଲେ । ଏପରିକି ବର୍ଷ ଆରମ୍ଭରୁ ମଧ୍ୟ ନବୀନ ସୁସ୍ଥ ନଥିବା ସୋସିଆଲ ମିଡିଆରେ ଚର୍ଚ୍ଚା କରାଗଲା । ହେଲେ ଜାନୁଆରୀ ୨୬ରେ ରାଜପଥରେ ନବୀନ ଯେଉଁଭଳି ଚାଲି ଚାଲି ଯାଇଥିଲେ ସେତେବେଳେ ଚର୍ଚ୍ଚାର ଅବସାନ ଘଟିଥିଲା । ଆଉ ଏବେ ରାଜ୍ୟର ଚାରିଆଡେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପୁଣି ଚାଲିଲା, ସେତେବେଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସମସ୍ତ ଚର୍ଚ୍ଚାର ପୁଣି ଅବସାନ ଘଟାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/20-16.jpg)