କାଳ ହେଲା କାଳବୈଶାଖୀ । ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । ମଝି ଆକାଶରେ କାଟିଲା ଚକ୍କର...

Advertisment
କାଳ ହେଲା କାଳବୈଶାଖୀ । ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । ମଝି ଆକାଶରେ କାଟିଲା ଚକ୍କର...

କନକ ବ୍ୟୁରୋ: କାଳ ହେଲା କାଳବୈଶାଖୀ । ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । ହେଲିକପ୍ଟର ଅବତରଣରେ ବାଧା ଦେଲା ପ୍ରବଳ ବର୍ଷା ପବନ । ଭୁବନେଶ୍ୱରରେ ଓହ୍ଲାଇ ନପାରି ମଝି ଆକାଶରେ ଚକ୍କର କାଟିଲା ନବୀନଙ୍କ ହେଲିକପ୍ଟର । ପ୍ରାୟ ୧ ଘଣ୍ଟା ମଝି ଆକାଶରେ ଚକ୍କର କାଟିଲା ।

ଖଡିଆଳରୁ ସଭା ସାରି ଫେରିଥିଲେ ନବୀନ । ହେଲେ ପ୍ରବଳ ପବନ ପାଇଁ ଭୁବନେଶ୍ୱରରେ ଓହ୍ଲାଇପାରିଲାନି ହେଲିକପ୍ଟର । ବାଧ୍ୟହୋଇ ଝାରସୁଗୁଡାରେ ଅବତରଣ କଲା ହେଲିକପ୍ଟର । ହେଲିକପ୍ଟରରେ ଥିଲେ ନବୀନ ଓ ପାଣ୍ଡିଆନ । ପାଗ ଭଲ ହେଲେ ଝାରସୁଗୁଡାରୁ ଫେରିବା ନେଇ ସୂଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe