କନକ ବ୍ୟୁରୋ: ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରଥନ ପ୍ରଚାର । କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ମାରାଥନ ପ୍ରଚାର ପରେ ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଉରକେଲା ଓ ରଘୁନାଥପାଲିରେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ ସୁନ୍ଦରଗଡ, ତଳସରା, ରାଜଗାଙ୍ଗପୁର ଓ ବଣାଇ ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ସଭାରେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ବୀରମିତ୍ରପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରାଇବଗାଠାରେ ମଧ୍ୟ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ନବୀନ ରାଉରକେଲା ଗସ୍ତ କରିବା କାର୍ଯ୍ୟସୂଚୀ ରହିଛି ।
ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ୧୦ ତାରିଖ ସକାଳ ୯ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସକାଳ ୧୦ଟା ୧୫ରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ହେମଗିର ପଡ଼ିଆରେ ଓହ୍ଲାଇ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିବେ। ୧୧ଟା ୨୦ରେ ତଳସରା ବିଧାନସଭା କ୍ଷେତ୍ରର ତିଲେଇକାନିରେ ଓହ୍ଲାଇ ଜନତାଙ୍କୁ ସମ୍ବୋଧନ କରିବେ।
୧୨ଟାରେ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରର ଜମାପାଲି ଠାରେ ଓହ୍ଲାଇ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ସେଠାରୁ ୧୨ଟା ୪୦ରେ ବଣାଇଁ ବିଧାନସଭା କ୍ଷେତ୍ରର ବଣାଇଁ ପଡ଼ିଆରେ ଓହ୍ଲାଇ ଆୟୋଜିତ ସଭାରେ ଉଦ୍ବୋଧନ ଦେବେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ୧ଟା ୪୦ରେ ବଣାଇଁରୁ ବାହାରି ୧ଟା ୫୫ରେ ବୀରମିତ୍ରପୁର ବିଧାନସଭା କ୍ଷେତ୍ରର ରାଏବଗାକୁ ଯିବେ । ସେଠାରେ ସଭା ସାରି ୨ଟା ୩୫ରେ ରାଉରକେଲା ଏୟାରଷ୍ଟ୍ରିପ୍ରେ ଓହ୍ଲାଇ ରାଉରକେଲା ଓ ରଘୁନାଥପାଲି ବିଧାନସଭା କ୍ଷେତ୍ରରେ ରୋଡ୍ ସୋ କରିବେ। ଏହା ପରେ ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ବର ଅଭିମୁଖେ ଫେରିଯିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Naveen.jpg)
/kanak/media/post_attachments/wp-content/uploads/2019/03/Naveen-Patnaik-777x437-750x430-300x172.jpg)
/kanak/media/post_attachments/wp-content/uploads/2019/04/vlcsnap-error301-300x169.png)
/kanak/media/post_attachments/wp-content/uploads/2019/03/m53co35c_naveen-patnaik-odisha-pti_625x300_18_March_19-300x185.jpg)