କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ଗସ୍ତରେ ଆସୁଛନ୍ତି । ୨୪୮୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏହା ଦଶହରା ଓ ଦିପାବଳୀ ଭେଟି ବୋଲି କୁହାଯାଉଛି । ତାଙ୍କ ଗସ୍ତ ବେଳେ ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଅଧିକ ଫୋକସ ରହିବ ବୋଲି ସୂଚନା ମିଳିଛି ।
ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ୪୦୫ ନୂତନ ପ୍ରକଳ୍ପ ପାଇଁ ୨୧୫୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅଟକଳ କରାଯାଇଛି । ସେହିପରି ୩୩୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ୧୩୪ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହି ନୂତନ ପ୍ରକଳ୍ପଗୁଡ଼ିକରେ ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସେହିପରି ଶିକ୍ଷାର ଉନ୍ନତି ପାଇଁ ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟ ନିମନ୍ତେ ୪କୋଟି ୯୯ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଉଦ୍ଘାଟନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାନୀୟ ଜଳ ପାଇଁ ୭୦ କୋଟି, ଚାଷୀଙ୍କୁ ଜଳଯୋଗାଣ ପାଇଁ ୫୬ କୋଟିରୁ ଅଧିକ, ସ୍ବାସ୍ଥ୍ୟ ସେବା ପାଇଁ ୧୩କୋଟି ୭୮ ଲକ୍ଷ, ଗମନାଗମନ ପାଇଁ ୯୮କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ରହିଛି। ସେହିପରି ନୂତନ ପ୍ରକଳ୍ପ ମଧ୍ୟରେ ଜଳ ଯୋଗାଣ ନିମନ୍ତେ ସର୍ବାଧିକ ୨୦୫୫ କୋଟି ୩୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ୨୪ କୋଟି, ରାସ୍ତା ଘାଟ ପାଇଁ ୨୩କୋଟି ୩୧ ଲକ୍ଷ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପାଇଁ ୧୬କୋଟି ୯୪ ଲକ୍ଷର ଯୋଜନା ରହିଛି ।
ମୁଖ୍ୟମନ୍ତ୍ରୀ ବାରିପଦାରୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଜିଲ୍ଲାର ୬ ଲକ୍ଷ ୧୨ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯି ବ। ଏହା ମଧ୍ୟରେ ୨୧ ଲକ୍ଷ ୩୮ହଜାର ୯୪୧ ହିତାଧିକାରୀ ସାମିଲ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ବିଜେଡି ପାଇଁ ଉତ୍ସାହ ଆଣିଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/Bhubaneswar_Naveen-inaugurates-‘drink-from-tap-project-under-Sujal-Mission-for-Puri-residents-750x430-1.jpg)