ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା

ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା:  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା

କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ଏବିପି-ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିଛି । ନବୀନ ପଟ୍ଟନାୟକ ଦେଶର ନଂବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ବିଜେଡି ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ବିଜେଡି ନେତା କହିଛନ୍ତି, ଗତ ୨୦ ବର୍ଷ ଭିତରେ ଲୋକଙ୍କ ସମସ୍ୟା ଯାହା ବି ଅଛି ତାକୁ ଦୂର କରିବା ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ସୁଚାରୁ ରୁପେ ତୁଳାଇଛନ୍ତି । ସେଇଥିପାଇଁ ଓଡିଶାର ବିକାଶ ହୋଇଛି ବୋଲି କହିଛନ୍ତି ବିଜେଡି ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe