କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ଏବିପି-ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିଛି । ନବୀନ ପଟ୍ଟନାୟକ ଦେଶର ନଂବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ବିଜେଡି ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ବିଜେଡି ନେତା କହିଛନ୍ତି, ଗତ ୨୦ ବର୍ଷ ଭିତରେ ଲୋକଙ୍କ ସମସ୍ୟା ଯାହା ବି ଅଛି ତାକୁ ଦୂର କରିବା ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ସୁଚାରୁ ରୁପେ ତୁଳାଇଛନ୍ତି । ସେଇଥିପାଇଁ ଓଡିଶାର ବିକାଶ ହୋଇଛି ବୋଲି କହିଛନ୍ତି ବିଜେଡି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/48-1.jpg)