କନକ ବ୍ୟୁରୋ: ମେକଇନ ଓଡିଶାର ଅଷ୍ଟମ ଫେଜରେ ଆଜି ମୁଖ୍ୟମନ୍ତ୍ରୀ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଜିଲ୍ଳାର ବିଭିନ୍ନ ସ୍ଥାନରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବ । ଏହି ସବୁ ପ୍ରକଳ୍ପରେ ପାଖାପାଖି ୮ ହଜାର ୯୩୯ କୋଟି ଟଙ୍କାର ପୁଜିଂ ନିବେଶ ହେବାକୁ ଥିବା ବେଳେ ୧୨ ହଜାର ୧୪୨ ଜଣ କର୍ମ ନିଯୁକ୍ତି ପାଇବେ ।

Advertisment

publive-image

ଅନ୍ୟପଟେ, ମେକ ଇନ ଓଡିଶାର ତୃତୀୟ ପର୍ଯ୍ୟାୟ ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ନଭେମ୍ବର ୩୦ରୁ ଡିସେମ୍ବର ଯାଏ ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରଣ । ଓଡିଶା ହେବ ଫିଲ୍ମ ସୁଟିଂ ହବ । ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚିତ୍ରର ସୁଟିଂ । ଓଡିଶା ଚଳିଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଗାଂଗପୁର ଓସିଏଲ ସିମେଂଟ କାରଖାନାର ସଂପ୍ରସାରଣ ହେବ । ଏଥିପାଇଁ ୧୯ ଶହ ୯୫ କୋଟି ଖର୍ଚ୍ଚ ହେବ । ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ । ଶ୍ରୀ ସିମେଂଟ ବି ଓଡିଶାର କାରଖାନା କରିବ । ଏହା ସହ ଭିର୍ତିପ୍ରସ୍ତର ଦିଆଯାଇଥିବା ୨୨ଟି ଶିଳ୍ପାୟନର ନିବେଶ ହେବ ୬ ହଜାର ୧୦୦ କୋଟି ଟଙ୍କା ।