ଭାବୁକ ହୋଇ କାନ୍ଦି ପକାଇଲେ ନବୀନ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ କଲେ ଭାବବିହ୍ୱଳ

Advertisment
ଭାବୁକ ହୋଇ କାନ୍ଦି ପକାଇଲେ ନବୀନ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ କଲେ ଭାବବିହ୍ୱଳ

କନକ ବ୍ୟୁରୋ: ଗତକାଲି ଛତ୍ରପୁରରେ ପ୍ରିନ୍ସ ଡାନ୍ସ ଗ୍ରୁପର ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା । ଏପରିକି ଏହି ପ୍ରଦର୍ଶନ ଏତେ ହୃଦୟସ୍ପର୍ଶୀ ଥିଲା ଯେ, ମଂଚ ଉପରେ ବସି ଭାବୁକ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ତାଙ୍କ ଲୁହ ପୋଛିବାକୁ ରୁମାଲ ବଢାଇଦେଇଥିଲେ ସୁରକ୍ଷାକର୍ମୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପ୍ରିନ୍ସ ଡାନ୍ସଗ୍ରୁପର ଏହି କାର୍ଯ୍ୟକ୍ରମ ଦେଖି ଅନେକଙ୍କ ଆଖିରେ ଲୁହ ଭରିଆସିଥିଲା ।

publive-image

ଗତକାଲି ଛତ୍ରପୁରରେ ବସ୍ତିି ବାସିନ୍ଦାଙ୍କୁ ଜାଗା ଅଧିକାର ପଟା ବଣ୍ଟନ କାର୍ଯ୍ୟକ୍ରମର ଏଭଳି ଦୃଶ୍ୟ କଏଦ କରିଥିଲା ଗଣମାଧ୍ୟମ କ୍ୟାମେରା । ମହାବାତ୍ୟାରେ ଯେତେବେଳେ ଝଡ ତୁଫାନ ମାଡି ଆସୁଥିଲା ଏବଂ ଲୋକଙ୍କ ଉପରେ ଯେତେବେଳେ ମୃତ୍ୟୁର ବିପଦ ଆସିଯାଇଥିଲା ସେହି ଦୃଶ୍ୟକୁ ଷ୍ଟେଜ୍ ଉପରେ ପଦର୍ଶନ କରୁଥିଲା prince dance group ଏହି ପଦର୍ଶନ ଏତେ ଚମକଦାର ଥିଲା ଯେ ସମସ୍ତଙ୍କ ଆଖିରେ ଲୁହ ଜାକି ଆସିଥିଲା, ଆଉ ମୁଖ୍ୟମନ୍ତ୍ରୀ ବି ଭାବୁକ ହୋଇଯାଇଥିଲେ ।

publive-image

ଏହି ସମୟରେ ପଛରେ ବସିଥିବା ସୁରକ୍ଷା ଅଧିକାରୀ ଆଖି ପୋଛିବାକୁ ରୁମାଲ ଛଡାଇ ନେଇଥିଲେ । ବସ୍ତି ବାସିନ୍ଦାଙ୍କୁ ଜାଗା ଅଧିକାର ପ୍ରଦାନ କରିବା ସମୟରେ ସେମାନେ ଝଡ ତୋଫାନ ସମୟରେ ସାମ୍ନା କରୁଥିବା ସମସ୍ୟାକୁ ଚିତ୍ରଣ କରୁଥିଲେ । ଏଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ବିଜୟୀ ହୋଇ ସାରା ଦେଶରେ ପ୍ରଂଶସାର ପାତ୍ର ବନିଥିବା prince dance group, ଆଉ ସମସ୍ତେ ଘୁରି ଘୁରି ପ୍ରଶଂସା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe