କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଏବେ ଉପକୂଳ ମୁହାଁ ହେବା ସହିତ ଓଡିଶା ଆଡକୁ ବଢୁଛି । କରୋନା ସ୍ଥିତିରେ ଏହି ବାତ୍ୟା ଏବେ ଦୁଇଗୁଣା ବିପଦ ନେଇ ଆସିଛି । ତେଣୁ ସମସ୍ତେ ଏହି ସମୟରେ ନିଜକୁ ସୁରକ୍ଷିତ ରଖିବା ସହିତ ଦୁଇଟି ମାସ୍କ ପିନ୍ଧନ୍ତୁ । ଆଜି ରାଜ୍ୟବାସୀଙ୍କୁ ସମ୍ଭୋଧିତ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବାତ୍ୟା ୟାସକୁ ଏବେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା । ଏଭଳି ସ୍ଥିତିରେ ଆଜି ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କରୋନା ସ୍ଥିତିରେ ବାତ୍ୟା ଏବେ ଦ୍ୱିତୀୟ ବିପଦ ହେଇଆସିଛି । ହେଲେ ବାତ୍ୟା ଆମ ପାଇଁ ନୂଆ ନୁହେଁ । ଆମେ ସମସ୍ତେ ଏହାକୁ ସଫଳ ମୁକାବିଲା କରିପାରିବା । ଆମେ ସମସ୍ତେ ଏକାଠି ଲଢିଲେ ଆମେ ଏହାକୁ ନିଶ୍ଚୟ ଜିତିପାରିବା ବୋଲି ନବୀନ କହିଛନ୍ତି । ଅନ୍ୟପଟେ ବାତ୍ୟା ସମୟରେ ଲୋକମାନେ କଚ୍ଚା ଘରେ ନରହି ନିଜକୁ ସୁରକ୍ଷିତ ରଖନ୍ତୁ । ତା ସହିତ ଯେଉଁଠି ବି ରହୁଛନ୍ତି ସେଠାରେ ଦୁଇଟି ମାସ୍କ ପିନ୍ଧନ୍ତୁ ।
ସୂଚନାଯୋଗ୍ୟ ଯେ, ବାତ୍ୟା ୟାସ ଏବେ ସମୁଦ୍ର ପଥରେ ଗତି କରୁଛି । ବାତ୍ୟାର ପ୍ରଭାବ ମଧ୍ୟ କିଛି ଅଞ୍ଚଳରେ ଦେଖିବାକୁ ମିଳିଲାଣି । ଆଗାମୀ ୧୨ ଘଣ୍ଟା ଭିତରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଓଡିଶାରେ ମାଡ ହୋଇପାରେ । ଯେଉଁଥିପାଇଁ ଏବେ ପ୍ରଶାସନ ତତ୍ପର ହୋଇଉଠିବା ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/1-17.jpg)