କନକ ବ୍ୟୁରୋ : ନୂଆ ସରକାର , ନୂଆ ଦାବି । ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକରେ ମୁଖମନ୍ତ୍ରୀ ମୋହନ ମାଝି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ନିକଟରେ ଅନେକ ଦାବି ରଖିଛନ୍ତି ।
- ଧାମରା ଓ ଗୋପାଳପୁରରେ ବନ୍ଦରଭିତ୍ତିକ ଶିଳ୍ପାଂଚଳ ପାଇଁ ଦାବି
-ଗଂଜାମ ଜିଲ୍ଲାରେ କେନ୍ଦ୍ରର ୪୩୦୦ ଏକର ଜମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଉ
-ଶିଳ୍ପ ପାର୍କ ଓ କରିଡର, ବିଦ୍ୟୁତ ଗ୍ରୀଡ ଓ ରେଳବାଇ ଭିତ୍ତିଭୂମି ପାଇଁ ପାଣ୍ଠି ଯୋଗାଣ
-ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ଦିଆଯାଉ
-ପ୍ରାକୃତିକ ଦୁର୍ବିପାକ ବିରୋଧୀ ଭିତ୍ତିଭୂମି ଗଠନରେ କେନ୍ଦ୍ରୀୟ ସହାୟତା ବି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନେକ ପ୍ରସ୍ତାବ ଦେଇଛନ୍ତି ।
-ବ୍ୟାଙ୍କ ନଥିବା ପଂଚାୟତରେ ବ୍ୟାଙ୍କ ସେବା ବଢାଇବା ସହ ଅଧିକ ଏଟିଏମ ପ୍ରତିଷ୍ଠା ଉପରେ ଫୋକସ
-ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ରେଳ ସଂଯୋଗ କମ ରହିଛି । ତେଣୁ ରାଜ୍ୟରେ ରେଳ ସଂଯୋଗ ବଢାଇବାକୁ ଦାବି
-କାର୍ବନ ନିର୍ଗମନ କମ କରିବାରେ ସହାୟତା ଦାବି
- ଏରୋସ୍ପେସ ଓ ପ୍ରତିରକ୍ଷା କ୍ଷେତ୍ରରେ ଓଡିଶାକୁ ସହାୟତା ଦାବି
-ସେମିକଣ୍ଡକ୍ଟୃର ହବ ପ୍ରତିଷ୍ଠା ପାଇଁ ବିଦେଶୀ ପୁଞ୍ଜି ନିବେଶ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇଦିଆଯାଉ

ନୂଆ ସରକାର ଗଠନକୁ ଏବେ ୪୫ ଦିନ ହୋଇଛି । ତେଣୁ ନୀତି ଆୟୋଗ ବୈଠକରେ ଓଡିଶା ରଖିଥିବା ଦାବିକୁ କେନ୍ଦ୍ର ସରକାର କେତେ ଗ୍ରହଣ କରୁଛନ୍ତି , ତା ଉପରେ ସମସ୍ତଙ୍କ ନଜର ରହିଛି ।