ନୂଆ ରୂପ ପାଇବ ବାରବାଟୀ । ନବକଳେବରର ମୂଳଦୂଆ ପକାଇଲେ ମୁଖ୍ୟମନ୍ତ୍ରୀ । କ୍ରିକେଟ ଏକାଡେମୀ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ଉଦଘାଟନ ଓ ଶିଳାନ୍ୟାସ ।

Advertisment
ନୂଆ ରୂପ ପାଇବ ବାରବାଟୀ । ନବକଳେବରର ମୂଳଦୂଆ ପକାଇଲେ ମୁଖ୍ୟମନ୍ତ୍ରୀ । କ୍ରିକେଟ ଏକାଡେମୀ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ଉଦଘାଟନ ଓ ଶିଳାନ୍ୟାସ ।

କନକ ବ୍ୟୁରୋ: ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ନେଇ ଯେଉଁ ପରିକଳ୍ପନା ହୋଇଥିଲା, ତାର ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି ମଧ୍ୟ କରାଯିବ । ସେହିପରି ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର , ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ ।

  • କ୍ରୀଡ଼ା ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ
  • ନୂଆ ରୂପ ପାଇବ ବାରବାଟୀ, ପଡ଼ିଲା ମୂଳଦୂଆ
  • ସାରା ଓଡ଼ିଶାରେ ବିକଶିତ ହେବ ୪୨ କ୍ରିକେଟ ଏକାଡେମୀ

ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶୁଭ ଉଦଘାଟନ

ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପୁରୀ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବ୍ରହ୍ମପୁର, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଯାଜପୁର, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ମହିଳା କ୍ରିକେଟ ଏକାଡେମୀ ପୁରୀ, କ୍ରିକେଟ ଗ୍ରାଉଣ୍ଡ ଝାରସୁଗୁଡ଼ା, ଭାରୋତ୍ତୋଳନ ଏକାଡେମୀ ଗଞ୍ଜାମ, ହକି ପ୍ରଶିକ୍ଷଣ କେନ୍ଦ୍ର ଯାଜପୁର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀର ଉଦଘାଟନ କରାଯାଇଛି ।

ଭିତ୍ତିପ୍ରସ୍ତର ସ୍ଥାପନ

ଭିଏସଏସ କ୍ରିକେଟ ଷ୍ଟାଡିୟମ, ସମ୍ବଲପୁରର ପୁନଃବିକାଶ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବରଗଡ଼, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଢ଼େଙ୍କାନାଳ ଏବଂ ସ୍ପୋର୍ଟ୍ସ ଏକାଡେମୀ ଯାଜପୁର ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବାରବାଟୀ ଷ୍ଟାଡିୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ, ଓସିଏ ସଭାପତି, ଫାଓ ସମ୍ପାଦକ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ପଜ୍ଞାନ ଓଝାଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe