ଗଜପତିରେ ଗଡିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

308

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ । ପ୍ରଥମ ପର୍ଯ୍ୟାୟରେ ସରକାର ୩୬ଟି ବସ୍ ଯୋଗାଇଛନ୍ତି । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ ଗଜପତିରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଏହି ସେବା ୭ଟି ବ୍ଲକର ୧୨୬ ପଞ୍ଚାୟତରେ ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶର ଧାରା ଆରମ୍ଭ ହେବ । ଯୋଗାଯୋଗ ବିକାଶର ଆଧାର । ସାରା ରାଜ୍ୟରେ ହଜାରରୁ ଅଧିକ ଲକ୍ଷ୍ମୀ ବସ୍ ଚାଲିବ ।