କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳରେ ଗତକାଲି ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ଢେଙ୍କାନାଳ ସହ ଅନୁଗୋଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ ସହ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ ପାଇଁ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ।

Advertisment

ଆଉ ମଞ୍ଚରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଅଭିଭାଷଣ ଆରମ୍ଭ କରିଥିଲେ ସ୍ଥାନୀୟ ବିଧାୟକ ତଥା ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଏମିତି ବୟାନ ଦେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାକୁ ବିରୋଧୀ ସମାଲୋଚନା କରିଥିଲା ବେଳେ ଜିଅନ୍ତା ଲୋକଙ୍କୁ ଠାକୁର ବୋଲି କହିବା ଆମ ଦେବଦେବୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ ଆମ ଗହଣରେ ଅଛନ୍ତି ସାଢେ ୪କୋଟି ଓଡିଆଙ୍କ ଠାକୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡର ଉପକାରିତା ବୁଝାଇଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ସଭାରେ ଠାକୁର କହି ସମ୍ବୋଧନ କରିବାକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଭରପୂର ସଭାରେ ଉପବାଚସ୍ପତିଙ୍କ ଏମିତି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଓଡ଼ିଶାର ଠାକୁର ବୋଲି ଜଗନ୍ନାଥଙ୍କୁ ରାଜ୍ୟବାସୀ ଜାଣିଥାନ୍ତି । କିନ୍ତୁ ନବୀନଙ୍କୁ ଠାକୁର ବୋଲି କହିବା ପରେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । ବରଂ ସେମାନେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରଜନୀକାନ୍ତ ସିଂହଙ୍କୁ ସମାଲୋଚନା କରିଛନ୍ତି । ଏଥିନେଇ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ ଉପବାଚସ୍ପତିଙ୍କ ମତିଭ୍ରମ ହେଲାଣି। ନହେଲେ ଭରପୂର ଜନସଭାରେ ସେ ଏମିତି କହି ନ ଥାନ୍ତେ ।