କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ବଦଳିବେ ବିଭିନ୍ନ ବିଭାଗର ନିଗମ ଅଧ୍ୟକ୍ଷ ଏବଂ ଉପଦେଷ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ଟି ବିଭାଗର ଉପଦେଷ୍ଟା ପଦକୁ ରଦ୍ଦ କରିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କଠାରୁ ଦାୟିତ୍ୱ ପ୍ରତ୍ୟାହାର କରିନିଆଯାଇଛି ।
ଏହିସବୁ ବିଭାଗ ହେଲେ ଆଗ୍ରୋ ଓଡିଶାର ଚେୟାରମ୍ୟାନ, ଓଡିଶା ଷ୍ଟେଟ ସିଡସ କୋର୍ପୋରେସନ, ଆପିକଲ ଚେୟାରମ୍ୟାନ, ଓଟିଡିସି, ଉଠା ଜଳସେଚନ, ଚଳଚିତ୍ର ନିଗମ, ହାଉସିଂ ବୋର୍ଡ, ଚିଲିକା ଡେଭଲପମେଂଟ ଅଥରିଟି ଭଳି ବିଭାଗର ଅଧ୍ୟକ୍ଷ ପଦ ରହିଛି । ଆଜିଠାରୁ ଏମାନେ ଆଉ ନିଜ ପଦବୀରେ କାମ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
Follow Us