କନକ ବ୍ୟୁରୋ: ବାତ୍ୟା ୟାସ୍ ଆଜି ଉତ୍ତର ଓଡିଶାରେ ତାଣ୍ଡବ ରଚିବା ପରେ ଏବେ ବାତ୍ୟା ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ତେବେ ପାଣି ଘେରରେ ଥିବା ୧୨୮ ଗାଁକୁ ଏହି ୭ ଦିନର ରିଲିଫ୍ ମିଳିବ ବୋଲି କୁହାଯାଇଛି ।
ଅନ୍ୟପଟେ ଆସନ୍ତା ୨୪ ଘଂଟା ଭିତରେ ପ୍ରମୁଖ ରାସ୍ତାର ପୁନରୁଦ୍ଧାର କାମ ଶେଷ ହେବ । କେବଳ ସେତିକି ନୁହେଁ, ୨୪ ଘଂଟା ଭିତରେ ପ୍ରଭାବିତ ହୋଇଥିବା ଜିଲ୍ଲାରେ ୮୦ ପ୍ରତିଶତ ବିଜୁଳି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ତା ସହିତ ମୁଖ୍ୟମନ୍ତ୍ରୀ ସ୍ଥାନାନ୍ତରଣ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ତା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନବୀନ ଧନ୍ୟବାଦ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/18-14.jpg)