ଚଳିତ ବର୍ଷ ନବମ,ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩୦% କମିବ ସିଲାବସ୍ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

256

କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ ୩୦ ପ୍ରତିଶତ କମିବ । ଅର୍ଥାତ ୭୦ ପ୍ରତିଶତ ସିଲାବସରୁ ହିଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କରୋନାର ଦ୍ୱିତୀୟ ଲହରକୁ ଦେଖି ଏଭଳି ନିଷ୍ପତ୍ତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ଶ୍ରେଣୀଗୃହ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ପିଲାଏ ଅନଲାଇନରେ ପାଠ ପଢୁଛନ୍ତି । ତେଣୁ ଏଭଳି ନିଷ୍ପତ୍ତି କରିଛି ଗଣଶିକ୍ଷା ବିଭାଗ । ସେହିପରି ଅନଲାଇନ ପାଠପଢାରୁ ବଂଚିତ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନପକ୍ଷରେ ସ୍କୁଲ ଖୋଲିବା ନେଇ ବର୍ତମାନ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ ।