କନକ ବ୍ୟୁରୋ : ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା। ଜାନୁଆରି ପହିଲାକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଜାନୁଆରି ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜାନୁଆରୀ ୫ ରୁ ୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି ।
ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଉପସଭାପତି ନିହାରରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଫର୍ମ ଫିଲ-ଅପ ମଧ୍ୟ ସରିଛି । ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ସେହିପରି ନବମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଏନରୋଲମେଣ୍ଟ ଅବଧି ବଢ଼ିଲା । ଏନ୍ରୋଲମେଣ୍ଟରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ । ଡିସେମ୍ବର ୩ରୁ ୭ ତାରିଖ ଯାଏ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ । ବୋର୍ଡ କାର୍ଯ୍ୟାଳୟରେ ଅଫଲାଇନ ମୋଡ୍ରେ ଏନରୋଲମେଣ୍ଟ କରିହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/board.jpg)