ମାଟ୍ରିକ ପରୀକ୍ଷାର୍ଥୀଙ୍କ ରୋଲ୍ ନଂ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ : ସବୁ ପିଲା ରୋଲ୍ ନଂ ପାଇବେ,ବ୍ୟସ୍ତ ହେବାର କିଛି ନାହିଁ

837

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଏକ ବଡଧରଣର ବିଭ୍ରାଟ ହେବାକୁ ଯାଉଛି । କାରଣ ଆଜି ଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏଯାଏଁ ଛାତ୍ରଛାତ୍ରୀଙ୍କୁ ମିଳିନାହିଁ ରୋଲନମ୍ବର । ୱେବସାଇଟ୍ କିମ୍ବା ଏସଏମଏସ ଜରିଆରେ ପରୀକ୍ଷା ଫଳ ପାଇବାକୁ ହେଲେ ରୋଲନମ୍ବର ନିହାତି ଆବଶ୍ୟକ । ତେଣୁ ରେଲନମ୍ବର ପାଇନଥିବା ଛାତ୍ରଛାତ୍ରୀ କେମିତି ଜାଣିବେ ପରୀକ୍ଷା ଫଳ ତାକୁ ନେଇ ବଡ ଦ୍ୱନ୍ଦ୍ୱ ଉପୁଜିଛି ।

କୁହାଯାଉଛି ଯେଉଁ ପିଲାମାନେ ଫର୍ମ ଫିଲଅପ କରିଥିଲେ ସେମାନଙ୍କ ରୋଲନମ୍ବର ସ୍କୁଲଗୁଡିକୁ ଦିଆଯାଇଛି । ହେଲେ ସ୍କୁଲ କର୍ତୃପକ୍ଷ ଏଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ତାହା ଦେଇନାହାନ୍ତି । ତେଣୁ କେଉଁ ଆଧାରରେ ମାର୍କ ପ୍ରକାଶ ପାଇବ ସେନେଇ ଛାତ୍ରଛାତ୍ରୀ ଆଶଙ୍କାରେ ଅଛନ୍ତି । ହେଲେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ରୋଲ ନମ୍ବର ପାଇବାରେ ବିଶେଷ ଅସୁବିଧା ହେବନାହିଁ । ଅପରାହ୍ନ ସୁଦ୍ଧା ସ୍କୁଲ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ରୋଲନମ୍ବର ଯୋଗାଇଦେବେ ।