ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ ପରୀକ୍ଷା : ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

Advertisment
ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ ପରୀକ୍ଷା : ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ୍ ବୋର୍ଡ ପରୀକ୍ଷା । ମାଦ୍ରାସା ପରୀକ୍ଷାକୁ ମଧ୍ୟ ବାତିଲ କଲେ ରାଜ୍ୟ ସରକାର । ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବଢୁଥିବା କରନୋ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ପିଲାଙ୍କୁ ମାର୍କ ମିଳିବ । ମାର୍କରେ ଅସନ୍ତୋଷ ବ୍ୟକ୍ତ କଲେ ଛାତ୍ରଛାତ୍ରୀଙ୍କ ସୁଯୋଗ ମିଳିବ । କୋଭିଡ୍ ସ୍ଥିତି ସ୍ବାଭାବିକ ହେବା ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।

ଏଥିସହ ମଦ୍ରାସା ବୋର୍ଡ ପରୀକ୍ଷା ବି ବାତିଲ କରାଯାଇଛି । ତେବେ କେଉଁ ପଦ୍ଧତିରେ ମାର୍କ ମିଳିବ ସେ ନେଇ ପରେ ନିଷ୍ପତ୍ତି ନିଆଯିବ । ସୂଚନା ଥାଉ କି ଆସନ୍ତା ମେ ୩ ତାରିଖରେ ମାଟ୍ରିକ ପରୀକ୍ଷା ହେବାର ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥଗିତ ରଖିବା ଘୋଷଣା କରିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହେବ ବୋଲି କହିଥିଲେ। ଏହାପରେ ସବିଏସଇ ୧୦ମ ପରୀକ୍ଷା ବାତିଲ୍ ଘୋଷଣା ଆସିଥିଲା। ଫଳରେ ଛାତ୍ରଛାତ୍ରୀ ତୁରନ୍ତ ଏ ନେଇ ତୁରନ୍ତ ନିଷ୍ପତ୍ତି ଲାଗି ଗତକାଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଆଜି ଗଣଶିକ୍ଷା ମନ୍ତ୍ରୀ ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ଘୋଷଣା କରିଛନ୍ତି।

ଗତକାଲି ନବୀନ ନିବାସ ଯିବା ପୂର୍ବରୁ ଛାତ୍ରଛାତ୍ରୀ ସକାଳୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଦାଶ ଆଶ୍ବାସନା ଦେଇ କହିଥିଲେ ଯେ ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ସ୍ଥିତିର ସମୀକ୍ଷା କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe