କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଟପ୍ପର ହେଲେ ସୁଦେବ କୁମାର ପୃଷ୍ଟି । ସେହିପରି ଦ୍ୱିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ ଓ ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ । ୨୦୨୧-୨୨ର ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୫ ମହିଳା । ପରୀକ୍ଷାରେ ମୋଟ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।