କନକ ବ୍ୟୁରୋ : ଆନ୍ଧ୍ର ସ୍କୁଲରେ ଓଡ଼ିଶାର ଛାତ୍ର ଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ସିମାନ୍ତ ଅଂଚଳରେ । ଇଛାପୁର ମଣ୍ଡଳରେ ଥିବା ଆନ୍ଧ୍ର ସ୍କୁଲର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୩୭ କିନ୍ତୁ ଏହି ସ୍କୁଲରେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସ୍କୁଲରେ ପଢିବା ପାଇଁ ମିଳୁଛି ମୌଳିକ ସୁବିଧା । ଯାହ ଫଳରେ ଏଠାରେ ଅଧିକ ଓଡ଼ିଶାର ପିଲା ପାଠ ପଢୁଛନ୍ତି ।
ଗଞ୍ଜାମ ଜିଲ୍ଲାକୁ ଲାଗିଛି ଆନ୍ଦ୍ରର ଇଛାପୁର ମଣ୍ଡଳ । ଏହି ମଣ୍ଡଳର ସିମାନ୍ତରେଥିବା ଅନେକ ସ୍କୁଲରେ ଆନ୍ଦ୍ର ଅପେକ୍ଷା ଓଡ଼ିଶାର ଛାତ୍ର ଛାତ୍ର ପାଠପଢୁଥିବା ଦେଖିବାକୁ ମିଳୁଛି । ଏହି ମଣ୍ଡଳରେ କୋଟା, ଶାସନମ ଗ୍ରାମରେ ରହିଛି ଜିଲ୍ଲା ପରିଷଦ ହାଇସ୍କୁଲ । ଏହି ସ୍କୁଲରେ ୪୩୭ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସବୁ ସ୍କୁଲରେ ପିଲାଙ୍କ ପାଇଁ ପାଠ ପଢିବାକୁ ରହିଛି ଅନେକ ସୁବିଧା । ପିଲାଙ୍କୁ ପଢିବା ପାଇଁ ଜୋତାଠାରୁ ଆରମ୍ଭ କରି ବହି ମାଗଣାରେ ମିଳୁଛି । ଯାହା ଫଳରେ ଓଡ଼ିଶା ପିଲାଙ୍କ ସଂଖ୍ୟା ସ୍କୁଲରେ ଅଧିକା ରହିଛି ।
ସରକାରୀ ହିସାବ ଅନୁଯାୟୀ, ପାତ୍ରପୁର ବ୍ଲକର ଗୁଡ଼ିପଦର ଓ ବି.ନୂଆଗାଁ ଗ୍ରାମପଞ୍ଚାୟତର ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ଆନ୍ଧ୍ରର ଟି.ବ୍ରହ୍ମପୁର, ଜଗନ୍ନାଥପୁର ଏବଂ ବଳରାମପୁର ସ୍କୁଲରେ ନାମ ଲେଖାଇଛନ୍ତି । ଅପରପକ୍ଷେ ପାତ୍ରପୁର ଠାରୁ ୬କିମି ଦୂରରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳର କେ.ଶାସନମ୍ ଗ୍ରାମରେ ଜିଲ୍ଲା ପରିଷଦ ହାଇସ୍କୁଲ୍ ରହିଛି । ଏହି ସ୍କୁଲରେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ଯାଏ ରହିଥିବା ବେଳେ ୪୩୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି ।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୌର ନିଗମ ଅର୍ନ୍ତଗତ ୧୦ଟି, ଚିକିଟି ବ୍ଲକର ୧୫ଟି, ପାତ୍ରପୁର ବ୍ଲକର ୨୦ଟି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ୮ଟି ସ୍କୁଲରେ ସମୁଦାୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୬୯୫୮ଜଣ ତେଲୁଗୁ ଭାଷାଭାଷୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏଥିଲାଗି ପ୍ରତିବର୍ଷ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କୁ ବହି ଯୋଗାଇଥାନ୍ତି। ଶ୍ରୀକାକୁଲମ୍ରୁ ବହି ଆସିଥାଏ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ କେବଳ ମାତୃଭାଷା ବହି ତେଲୁଗୁର ଦିଆଯାଏ । ବାକି ବହି ପିଲାମାନେ ନିଜସ୍ବ ଉଦ୍ୟମରେ ସଂଗ୍ରହ କରି ପଢ଼ିଥାନ୍ତି । ଚଳିତବର୍ଷ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିବା ତେଲୁଗୁ ଭାଷାଭାଷୀ ପିଲାଙ୍କୁ ତେଲୁଗୁ ଭାଷାର ସମସ୍ତ ପାଠ୍ୟ ପୁସ୍ତକ ଦେବା ଲାଗି ସ୍ଥିର ହୋଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ୨୪୮୦୩ ଖଣ୍ଡ ଓ ଅଷ୍ଟମ ଶ୍ରେଣୀ ଲାଗି ୭୫୩୬ଖଣ୍ଡ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଟିବିପିଏମ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ଆନ୍ଧ୍ର ବିଧାନ ପରିଷଦ ଗୃହ କମିଟି ବ୍ରହ୍ମପୁର ଆସି ତେଲୁଗୁ ଶିକ୍ଷାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/10-9.jpg)