ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ । ଗାଁ କୁ ଗାଁ ବୁଲି ଶୁଣିଲେ ଲୋକଙ୍କ ଅଭିଯୋଗ, ବିଭିନ୍ନ ପ୍ରକଳ୍ପର ସମୀକ୍ଷା ।

141

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନର ସମୀକ୍ଷା । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଭିତିଭୂମି ଠାରୁ ଆରମ୍ଭ କରି ପାନୀୟ ଜଳ ଯାଏଁ ଥିବା ସମସ୍ୟାର ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।

ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ । ଗାଁ କୁ ଗାଁ ବୁଲିବା ସହ ଲୋକଙ୍କୁ ସରକାରୀ ଯୋଜନା ସମ୍ପର୍କରେ ପଚାରି ବୁଝିଲେ । ପାଣି ଘେରରେ ଥାଇ ଲୋକେ ପିଇବା ପାଣି ପାଉ ନଥିବା ଅଭିଯୋଗ କରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ତେବେ ସ୍ୱାଭିମାନ ଅଂଚଳରେ ଭିତିଭୂମିର ବିକାଶ ସହ ପାନୀୟ ଜଳ ସମସ୍ୟା ସମାଧାନ ଖୁବଶୀଘ୍ର ହେବ ବୋଲି ଲାଲଗଡବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ମୁଖିଆ ।

ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲେ ପ୍ରଶାସନିକ ମୁଖ୍ୟ । ଗାଁ ଗାଁ ବୁଲି ଅଭିଯୋଗ ଶୁଣିଲେ ମୁଖ୍ୟ ଶାସନ ସଚିବ । ହୁଏତ ଏପରି ଦୃଶ୍ୟ କେବେ ଦେଖିନଥିଲେ ଅଞ୍ଚଳବାସୀ । ଲାଲଗଡ଼ର ଅପଖ୍ୟାତି ପାଇଥିବା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗାଁ କୁ ଗାଁ ବୁଲିବା ସହ ଲୋକଙ୍କ ସମସ୍ୟା ଅତି ପାଖରୁ ଦେଖିଛନ୍ତି ।

ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ମଧ୍ୟରେ ଏବେ ମାଲକାନଗିରି ଜିଲ୍ଲାରେ ସମୀକ୍ଷା ଜାରି ରଖିଛନ୍ତି ମୁଖ୍ୟ ଶାସନ ସଚିବ । ସ୍ୱାଭିମାନ ଅଞ୍ଚଳରେ ପହଁଚି ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଟିକିନିକି ଅନୁଧ୍ୟାନ କରିଛନ୍ତି । ହନ୍ତାଳଗୁଡା, ଲୁଚାପାଣି, ବଡପଡା, ଜାନବାଇ ପରି ଗାଁକୁ ଗାଁ ବୁଲି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଓାନ୍ ଟୁ ଓାନ୍ ଆଲୋଚନା କରିଛନ୍ତି ।

ବିଦ୍ୟୁତ ଅଛି କି ନାହିଁ, ରାସ୍ତା ପହଞ୍ଚିଛି ନା ନାହିଁ, ଚାଉଳ, ଭତା ଆଦି ସଠିକ ସମୟରେ ମିଳୁଛି ନା ନାହିଁ ବୋଲି ପଚାରିବା ସହ ଲୋକଙ୍କ ସମସ୍ୟା ଶୁଣିଛନ୍ତି । ତେବେ ଜଳଭଣ୍ଡାର ଘେରରେ ଥାଇ ପିଇବା ପାଣି ପାଉ ନ ଥିବାରୁ ସ୍ୱାଭିମାନ ଅଂଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ଦାବି କରିଛନ୍ତି ଗାଁ ଲୋକ ।

ଗତ ୨୦୧୮ ଜୁଲାଇ ମାସରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳର ବିକାଶ ଲାଗି ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଭିତିଭୂମିର ବିକାଶ ହୋଇଥିବା ବେଳେ ସ୍ୱାଭିମାନ ଅଂଚଳରେ ଏବେ ମାତ୍ର ୧୨ ପ୍ରତିଶତ ଲୋକଙ୍କ ପାଖରେ ପାନୀୟଜଳ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି । ତେବେ ଏହାର ସମାଧାନ ପାଇଁ ଗୋଟିଏ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅନ୍ୟ ଗୋଟିଏ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ସେହିପରି ଗାଁ ଗାଁରେ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ସହ ୧୦୦ଟି ବୋରୱେଲ ଖନନ କରାଯାଇ ପାନୀୟ ଜଳ ସମସ୍ୟାର ସମାଧାନ ହବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।