ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ : ସ୍ୱାଭିମାନ ଅଂଚଳବାସୀଙ୍କ ଅଭିଯୋଗ ଶୁଣିଲେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

98

କନକ ବ୍ୟୁରୋ : ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ । ସ୍ୱାଭିମାନ ଅଂଚଳ ବୁଲିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମାଲକାନାଗିରିରେ ସରକାରଙ୍କ ତରଫରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ସେ ହନ୍ତାଳଗୁଡାରେ ଥିବା ବିଏସ୍ଏଫ୍ କ୍ୟାମ୍ପ ପରିଭ୍ରମଣ କରି ଯବାନମାନଙ୍କ ସହ ମାଓବାଦୀ କାର୍ଯ୍ୟକଳାପ ଉପରେ ଆଲୋଚନା କରିଛନ୍ତି । ଗାଁ ଗାଁରେ ସଭା ସମିତି କରି ଲୋକଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ମୁଖ୍ୟ ଶାସନ ସଚିବ ।