କେମିତି ଫେରିବ ଶ୍ରୀମନ୍ଦିର ଟଙ୍କା । ସରକାରଙ୍କୁ ବିରୋଧୀ ଘେରିବା ପରେ ଆରମ୍ଭ ହୋଇଛି ତନାଘନା, ଆରବିଆଇ ସହ କଥା ହେଲେ ମୁଖ୍ୟ ଶାସନ ସଚିବ

ୟେସ ବ୍ୟାଙ୍କରେ ଫସିଛି ଜଗନ୍ନାଥଙ୍କ ଟଙ୍କା । କିନ୍ତୁ କିଭଳି କଟକଣା ଜାରି ପୂର୍ବରୁ ଗୁଜୁରାଟ କମ୍ପାନୀ ଉଠାଇ ନେଲା ୨୬୫ କୋଟି ଟଙ୍କା, ଉଠିଲା ପ୍ରଶ୍ନ

Image Courtesy - economictimes.indiatimes.com

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ତ? । ଏହାକୁ ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହେବା ପରେ ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣରଙ୍କ ସହିତ କଥା ହୋଇଛନ୍ତି । ଏବଂ ଆରବିଆଇ ପକ୍ଷରୁ ଆଶ୍ୱାସନା ମିଳିଛି ବୋଲି କୁହାଯାଉଛି । ଅନ୍ୟପଟେ କିଭଳି ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଭାବେ ଫେରି ଆସିବ , ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

publive-imageଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମହାପ୍ରଭୁଙ୍କ ଜମା ଅର୍ଥ ଫେରାଇ ଦେବାକୁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଥିବା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ବିଭିନ୍ନ ସଂସ୍ଥା ଓ ଅଫିସର ସରକାରୀ ଅର୍ଥ ଜମା କରୁଥିବା ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଅର୍ଥ ବିଭାଗ । କେଉଁ ବିଭାଗ କେଉଁ କେଉଁ ବ୍ୟାଙ୍କରେ କେତେ ଟଙ୍କା ଜମା କରିଛନ୍ତି ତାର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe