ଆଜି ଦିନ ୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ । ଲକଡାଉନ ସମ୍ପର୍କରେ ହୋଇପାରେ କି ବଡ ଘୋଷଣା ?

172

କନକ ବ୍ୟୁରୋ : ରାଜ୍ୟରେ ୧୪ ଦିନିଆ ଲକଡାଉନ ଆସନ୍ତାକାଲି ଶେଷ ହେଉଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ । ଦିନ ଗୋଟାଏ ୪୫ ମିନିଟରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ। ଅନମୁମାନ କରାଯାଉଛି ଲକଡାଉନ ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ଏପରିକି ରାଜ୍ୟରେ ଆହୁରି ୧୪ ଦିନ ବଢିପାରେ ଲକଡାଉନ୍ । ଏପରିକି ଏଥର କଟକଣାକୁ ଅଧିକ କଡାକଡି କରାଯାଇପାରେ ।

ଅନୁମାନ କରାଯାଉଛି, ଅତ୍ୟାବଶ୍ୟକ ସାମଗ୍ରୀର କାରବାର ପାଇଁ ବର୍ତମାନ ସକାଳ ୬ଟାରୁ ୧୨ଟା ଯାଏଁ ଅନୁମତି ଦିଆଯାଇଥିବାବେଳେ ଏହି ସମୟ ଅବଧିକୁ କମାଇ ଦେଇପାରନ୍ତି ସରକାର । ସେହିପରି ଗ୍ରାମାଂଚଳକୁ କରୋନା ବ୍ୟାପିବାରେ ଲାଗିଥିବାରୁ ଲକଡାଉନ କଟକଣାରେ ଗାଁରେ ମଧ୍ୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ମେ’ ୫ରୁ ରାଜ୍ୟର ସହରାଂଚଳରେ ଲକଡାଉନ କଟକଣା ଲଗାଯିବା ପରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ତେଣୁ ଲକଡାଉନକୁ ବଢାଇ ସରକାର କରୋନାକୁ ନିୟନ୍ତ୍ରଣକୁ ଆଣିବା ଲାଗି ପ୍ରୟାସ କରିପାରନ୍ତି ।

ଗତକାଲି ସର୍ବଦଳୀୟ ବୈଠକରେ ମଧ୍ୟ ବିରୋଧୀ ଦଳଗୁଡିକ ଲକଡାଉନ ବୃଦ୍ଧି ସପକ୍ଷରେ ମତ ରଖିଥିଲେ । ଲକଡାଉନକୁ ବଢାଇ ଟେଷ୍ଟିଂ ଓ ଟ୍ରିଟମେଂଟକୁ ଜୋରଦାର କରିବା ପାଇଁ ବିରୋଧୀ ଦାବି କରୁଛନ୍ତି । କାରଣ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମି ଦୁର୍ବଳ ଥିବାରୁ ଗାଁରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ପରିସ୍ଥିତି ଭୟାବହ ହୋଇପଡିବ ।