ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । କହିଲେ, ନିୟମ ନ ମାନିଲେ ସଟଡାଉନଠାରୁ ଆହୁରି କଠୋର ନିଷ୍ପତ୍ତି ନେଇପାରନ୍ତି ସରକାର

1,715

କନକ ବ୍ୟୁରୋ : ନିୟମ ନମାନିଲେ ଆହୁରି କଠୋର ନିଷ୍ପତ୍ତି ଗ୍ରହଣ କରିପାରନ୍ତି ସରକାର ବୋଲି କହିଲେ ମୁଖ୍ୟଶାସନ ସଚିବ । ଏହାସହ ସେ କହିଛନ୍ତି ଯେ, ଆଜି ରାତି ୮ଟାରେ ଭୁବନେଶ୍ୱର ସମେତ ଭଦ୍ରକ ଓ କଟକରୁ ଉଠିବ ଲକ ଡାଉନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶସନ ସଚିବ ଅସିତ ତ୍ରିପାଠୀ । ତେବେ ଗତ କିଛି ଦିନ ହେବ ସାରା ରାଜ୍ୟରେ ଲକ ଡାଉନ ରହିଛି । ଏହି ନିୟମକୁ ଲୋକମାନେ ସଠିକ ଭାବରେ ପାଳନ କରୁଥିବା ଦେଖାଯାଉଛି । ତେବେ ଅନେକ ସ୍ଥାନରେ ନିୟମକୁ ମାନୁନାହାନ୍ତି ଲୋକ ।

ଆମେ ମାନେ ନିଜେ ସାବଧାନ ନହେଲେ ପରିବା ଆଣୁ ଆଣୁ ଘରକୁ କରୋନା ଆଣିବା ବୋଲି କହିଲେ ମୁଖ୍ୟ ଶାସନ ସଚିବ । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ଭାବରେ ବଢିଚାଲିଛି ତାହାକୁ ରୋକିବାକୁ ହେଲେ ଲକ ଡାଉନ ନିହାତି ଦରକାର ଏବଂ ସରକାରଙ୍କ ନିୟମକୁ ଆମ୍ଭେମାନେ ମାନିବା ଦରକାର ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ।