କନକ ବ୍ୟୁରୋ : ରାଜ୍ୟରେ ବଢିବ କି ଲକଡ଼ାଉନ୍ ? ଆଜି ଅପରାହ୍ନରେ ସରକାର ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବେ । ମୁଖ୍ୟ ଶାସନ ସଚିବ, ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକାଙ୍କ ସହ ଜନସାଧାରଣଙ୍କୁ ସମ୍ବୋଧନ କରିବେ ବିଏମସି କିମଶନର । ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନା ନେଉନାହିଁ । ଦିନକରେ ରାଜ୍ୟରେ ୧୧ ହଜାର ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨୧ଜଣଙ୍କର ମୃତ୍ୟୁ ହୋଇଛି ।
ସଂକ୍ରମଣ ସଂଖ୍ୟା ବଢିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ତେଣୁ ସଂକ୍ରମଣ କମାଇବାକୁ ରାଜ୍ୟସରକାର ଲକଡ଼ାଉନ୍ ଏବଂ ସଟଡ଼ାଉନ୍ ଭଳି ପଦକ୍ଷେପ ନେଉଛନ୍ତି । ତେବେ ଆଜି ସାଢେ ୪ଟାରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରିବେ । ତେବେ ଅନୁମାନ କରାଯାଉଛି ରାଜ୍ୟରେ ପୁଣି ବଢିପାରେ ଲକଡ଼ାଉନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/LOCKDOWN.jpg)