କନକ ବ୍ୟୁରୋ: ନୀତି ଆୟୋଗ ବୈଠକରେ ବିଭିନ୍ନ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି ପାଇଁ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ। ଧାମରା ଓ ଗୋପାଳପୁରରେ ନିକଟରେ ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪ହଜାର ୩ଶହ ଏକର ଜମି ହସ୍ତାନ୍ତର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇଛି। ଏହାସହ ବିପର୍ୟ୍ୟୟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଦାବି କରାଯାଇଛି ଆନ୍ତରାଜ୍ୟ ଅକ୍ଷୟ ଶକ୍ତି ପରିବହନ କରିଡର ପାଇଁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି । ଟେଲିକମ, ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ପାଇଁ ଦାବି ହୋଇଛି। ଏଥିରେ ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଓ ଏଟିଏମ୍ ଖୋଲିବାକୁ କେନ୍ଦ୍ରକୁ ସହାୟତା ମାଗିଛି ରାଜ୍ୟ। ଏହାବ୍ୟତୀତ ରାଜ୍ୟରେ ରେଳ ସଂଯୋଗ ବଢ଼ାଇବା ସହ କାର୍ବନ ନିର୍ଗମନ କିପରି କମ୍ କରାଯାଇପାରିବ, ସେଥିପାଇଁ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର। ସେହିପରି ପିଏମ୍ ଜନଜାମି ଯୋଜନାରେ ଆଦିବାସୀଙ୍କ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପାଇଁ ଦାବି ହୋଇଛି।