‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ କଲେ ଲୋକାର୍ପିତ । ଆପ୍ ମାଧ୍ୟମରେ ନୂଆ ବିଦ୍ୟୁତ ସଂଯୋଗ ଓ ବିଲ ପୈଠ କରିପାରିବେ ।

Advertisment
‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ କଲେ ଲୋକାର୍ପିତ । ଆପ୍ ମାଧ୍ୟମରେ ନୂଆ ବିଦ୍ୟୁତ ସଂଯୋଗ ଓ ବିଲ ପୈଠ କରିପାରିବେ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍‌’ ମୋବାଇଲ୍‌ ଆପ୍ ର ଲୋକାର୍ପଣ କରିଛନ୍ତି । ୫-ଟି ପଦକ୍ଷେପ ଅଧିନରେ ଆରମ୍ଭ କରାଯାଇଥିବା ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ‌ ଯଥା ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ , ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ ।

ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଦ୍ୟୁତ ସେବା ବର୍ତ୍ତମାନ ମୋ ସରକାର ଅଧୀନରେ ଆସିବ। ରାଜ୍ୟବାସୀ ଏହି ଅନଲାଇନ ସେବାରୁ ଉପକୃତ ହେବେ। ଆଧୁନିକ ଯୁଗରେ ବିଦ୍ୟୁତ ବିନା ବଂଚିବା କଷ୍ଟକର ହୋଇପଡୁଛି। କାରଣ ଆଧୁନିକ ଜୀବନର ପ୍ରତ୍ୟେକ ଦିଗରେ ବିଦ୍ୟୁତର ପ୍ରଭାବ ଦେଖାଯାଉଛି। ଏହି ସେବା ଶୁଭାରମ୍ଭ ହେବା ଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉପଭୋକ୍ତାଙ୍କ ସମସ୍ୟାକୁ ଦୂର କରିବା ସହ ବିଭିନ୍ନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ମୋବାଇଲ୍‌ ଆପ୍‌କୁ ବିକଶିତ କରାଯାଇଛି । ଏହି ଆପ୍ ଖୁବଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe