ଭୁବନେଶ୍ୱର କେସୁରା ଛକରେ ନାବାଳକଙ୍କୁ ଗୋଇଠା ମାରିବା ଘଟଣା : ଗୋଇଠା ମାରିଥିବା ହୋମଗାର୍ଡଙ୍କୁ ଚାକିରୀରୁ ବହିଷ୍କୃତ

376

କନକ ବ୍ୟୁରୋ : ଭୁବନେଶ୍ୱର କେସୁରା ଛକରେ ନାବାଳକକୁ ଗୋଇଠା ମାରିବା ଘଟଣା । ଗୋଇଠା ମାରିଥିବା ହୋମଗାର୍ଡ ହେଲେ ଚାକିରୀରୁ ବହିଷ୍କୃତ । ପିସିଆର ଇନଚାର୍ଜ ଏସପିଓକୁ ବହିଷ୍କାର ପାଇଁ ସିପିଙ୍କୁ ସୁପାରିଶ କରିଥିଲେ । ପିସିଆରରେ ଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କଲା କମିଶନରେଟ ପୋଲିସ ।

ସୂଚନା ଅନୁସାରେ କେସୁରା ଅଂଚଳରେ ଜଣେ ନାବାଳକ ୨୯ ତାରିଖ ଦିନ ଓମଫେଡ ବୁଥରେ ଚା’ ବିକୁଥିଲେ । ଏହି ସମୟରେ ସେଠାରେ ବଡ଼ଗଡ଼ ଥାନାର ୨୯ ନମ୍ବର ପିସିଆର ପହଂଚିଥିଲା । ଆଉ ତାକୁ କାହିଁକି ଦୋକାନ ଖୋଲିଛ ବୋଲି ଧମକାଇଥିଲେ । ବିଚରା ନାବାଳକ କାକୁତି ମିନତି ହେଲେ ବି ପୋଲିସ୍ ବାବୁ ଶୁଣିନଥିଲେ । ଆଉ ନାବାଳକକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ । ଗୋଇଠା ମାରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।