ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ : କୋର୍ଟଙ୍କ ଅନୁମତିକୁ ଅପେକ୍ଷା; ଭିଜିଲାନ୍ସ ମାମଲା ପରେ ଜେଲରେ ଅଛନ୍ତି ପାଠକ ବାପ-ପୁଅ

65

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବ ଆକାଶ ପାଠକ । ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ପିଟର ପାଖରୁ ମିଳିଥିବା ତଥ୍ୟ ଆଧାରରେ ଆକାଶ ପାଠକକୁ ଜେରା କରିବା କ୍ରାଇମବ୍ରାଂଚ । ରାଜ୍ୟ ବାହାରେ କେବେଠୁ ଓ କେଉଁଠି ରହିଛି ଅଫିସ, କେଉଁଠାରୁ ଟଙ୍କା ଆଣି ଅଫିସ ବାବଦରେ ଖର୍ଚ ହୋଇଥିଲା , ରାଜ୍ୟ ବାହାରେ କେତେ ଜଣଙ୍କୁ ଚାକିରୀ ଦେବା ନାଁରେ ଠକିଛନ୍ତି , କେଉଁମାନେ ଏଥିରେ ସହ ଯୋଗ କରିଛନ୍ତି, କାହା ମାଧ୍ୟମରେ ଟଙ୍କା କାରବାର ହୋଇଛି , ସର୍ବେଶ୍ୱର ରାଓକୁ କେବେଠାରୁ ଚିହ୍ନିଲେ ,ଅନଲାଇନ୍ ଚାକିରୀ ବେଳେ କେଉଁ ମାନଙ୍କ ହାତ ରହିଛି , ବିଧାୟକଙ୍କ ପାଖକୁ ଆସିଥିବା ୫୦ ଲକ୍ଷ ଟଙ୍କାର ସତ ଖୋଜିବ କ୍ରାଇମବ୍ରାଂଚ ।

ଟାଟା ନାମରେ ଖୋଲିଥିବା ଜାଲ କାଗଜପତ୍ର ନେଇ ସତ ଖୋଜିବ କ୍ରାଇମବ୍ରାଂଚ । ଏବେ ସୁଦ୍ଧା କେତେ ଜଣଙ୍କ ଠାରୁ ଟଙ୍କା ଆଣି ଠକିଛନ୍ତି ଏବଂ ଠକେଇ ବେଳେ ବିଧାୟକଙ୍କ ସମ୍ପୃକ୍ତି କଣ ରହିଛି ସେନେଇ ଖିଅ ଖୋଜିବ କ୍ରାଇମବ୍ରାଂଚ । ପ୍ରଦୀପ ପାଣିଗ୍ରାହିଙ୍କ ସହିତ କିପରି ଟଙ୍କା କାରବାର ହୋଇଛି ଏ ଦିଗରେ ମଧ୍ୟ କ୍ରାଇମବ୍ରାଂଚ ସତ ଖୋଜିବ । ଏବେ ଝାରପଡ଼ା ଜେଲରେ ଅଛନ୍ତି ଆକାଶ । ଏହା ପୂର୍ବରୁ ୩ ଦିନିଆ ରିମାଣ୍ଡରେ ନେଇ ପାଠକ ବାପ ପୁଅଙ୍କୁ ଜେରା କରିଥିଲା ଭିଜିଲାନ୍ସ ଏସଆଇଟି । ଜେରା ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଥିଲା ଭିଜିଲାନ୍ସ ।