‘ଆଲୁମିନିୟମ୍ ଓ ଷ୍ଟିଲ୍ କ୍ୟାପିଟାଲ୍ ହୋଇପାରିବ ଓଡିଶା’ : ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ରେ ମତ ରଖିଲେ କେନ୍ଦ୍ର ରେଳମନ୍ତ୍ରୀ

72

କନକ ବ୍ୟୁରୋ : କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ । ଓଡ଼ିଶା ନିର୍ମାଣରେ ଟେକ୍ନୋଲୋଜିର ଭୂମିକାକୁ ମତ ରଖିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ପ୍ରାକୃତିକ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ଓଡ଼ିଆ ଲୋକ ହିଁ ଓଡ଼ିଶାର ଶକ୍ତି । ଆଲୁମିନିୟମ୍ ଓ ଷ୍ଟିଲ୍ କ୍ୟାପିଟାଲ୍ ହୋଇପାରିବ ଓଡିଶା । କ୍ୟାପିଟାଲ ଅଫ୍ ମାନୁଫ୍ୟାକ୍ଚରିଂ ଇଲେକ୍ଟ୍ରୋନିକ୍ସ ବି ହୋଇପାରିବ । କେବଳ ସେତିକି ନୁହେଁ ଓଡିଶା ମେଟ୍ରୋ ଷ୍ଟେସନ ପାଇଁ ହକଦାର ଅଛି । ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାରଙ୍କ ଦାବି ଜରୁରୀ । ସେହିପରି ସେ କହିଛନ୍ତି ଡିଜିଟାଲ ଇକୋନୋମି ପାଇଁ ଡିଜିଟାଲ୍ ଆଇନ ଆସିବ । ଟେଲିକମ୍ ଓ ଡାଟା ପ୍ରୋଟେକ୍ସନ୍ ବିଲକୁ ଗୁରୁତ୍ୱ ଦିଆଯିବ । ଜୁଲାଇ ଓ ଅଗଷ୍ଟ ସୁଦ୍ଧା ଏହି ୨ଟି ବିଲ୍ ଆସିବ । ବିଲ୍ ଆସିଲେ ୮୦ ପ୍ରତିଶତ ସାଇବର ଠକେଇ କମିବ । କାହାର ବ୍ୟକ୍ତିଗତ ଡାଟାକୁ କେହି ନେଇପାରିବେ ନାହିଁ ।

ପ୍ରାକୃତିକ ସମ୍ପଦ ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ଓଡ଼ିଆ ଲୋକ ହିଁ ଓଡ଼ିଶାର ଶକ୍ତି । ବିଶ୍ୱରେ କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆଲୁମିନିୟମ ଓ ଷ୍ଟିଲ କ୍ୟାପିଟାଲ ହୋଇପାରିବ ଓଡ଼ିଶା ଶକ୍ତି ଉତ୍ପାଦନରେ ଓଡ଼ିଶା ଯଥେଷ୍ଟ ଆଗରେ । ଦକ୍ଷ ମାନବ ସମ୍ବଳ ଓଡିଶାକୁ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଏକ ନମ୍ବର କରିପାରିବ । କଂଗ୍ରେସ ସମୟରେ ବର୍ଷକୁ ୨୫ରୁ ୨୬ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହେଉଥିଲା । ଗତବର୍ଷ ଓଡ଼ିଶାରେ ୧୮୦ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ହୋଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୫୦ କିଲୋମିଟରର ନୂଆ ରେଳ ଲାଇନ କାର୍ଯ୍ୟ ଓଡ଼ିଶାରେ ଶେଷ ହେବ ।

୨୦୧୪ ପୂର୍ବରୁ ରେଲୱେର ବିକାଶ ପାଇଁ ଓଡ଼ିଶାକୁ ଆସୁଥିଲା ବାର୍ଷିକ ୮୩୮ କୋଟି ଟଙ୍କା । ମୋଦୀ ସରକାରରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ରେଲୱେ ଅନୁଦାନ ମିଳିଛି । ଡିଜିଟାଲ ଅର୍ଥନୀତି ପାଇଁ ଆସିବ ଡିଜିଟାଲ ଆଇନ । ଟେଲିକମ୍ ଓ ଡାଟା ପ୍ରୋଟେକ୍ସନ ବିଲକୁ ଗୁରୁତ୍ୱ । ୨୦୨୩ ଜୁଲାଇ, ଅଗଷ୍ଟ ସୁଦ୍ଧା ଆସିବ ଏହି ୨ ବିଲ୍ । ଏହାଦ୍ୱାରା ୮୦ ପ୍ରତିଶତ ସାଇବର ଠକେଇ କମିବ । କାହାର ବ୍ୟକ୍ତିଗତ ଡାଟାକୁ କେହି ନେଇପାରିବେ ନାହିଁ । ଓଡ଼ିଶା ପାଇଁ ୫୫୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୩୧ ମାର୍ଚ୍ଚ ପରେ ଏବେ ସୁଦ୍ଧା ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।