ଓଡ଼ିଶା ହୋଇପାରେ ୨୦୨୪ ନିର୍ବାଚନର ପରୀକ୍ଷାଗାର। ଅକ୍ଟୋବର ମାସରେ ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା ଏବଂ ମଲ୍ଲିକାର୍ଜୁନ୍ ଖଡଗେ

247

କନକ ବ୍ୟୁରୋ: ଓଡ଼ିଶା ହୋଇପାରେ ୨୦୨୪ ନିର୍ବାଚନର ପରୀକ୍ଷାଗାର । କେନ୍ଦ୍ରୀୟ ନେତାଙ୍କ ଫେକସରେ ଓଡ଼ିଶା । ମହାଜନସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଓଡ଼ିଶା ଆସିବେ । ୯ବର୍ଷର ଶାସନ କାଳରେ ମୋଦୀ ସରକାରଙ୍କ ସଫଳତା ଓ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ସିଧାସଳଖ ଲୋକଙ୍କ ଅବଗତ କରିବେ ଦଳୀୟ ନେତା ଓ କର୍ମୀ ।

ଏହି ଅଭିଯାନକ୍ରମରେ ଦେଶରେ ୫୧ଟି ବିଶାଳ ରାଲି, ୫୦୦ଟି ସ୍ଥାନରେ ଜନସଭା, ୬୦୦ ପ୍ରେସ୍ କନଫରେନ୍ସ କରାଯିବ । ଯାହା ୫୦୦ଟି ଲୋକସଭା କ୍ଷେତ୍ର ଓ ୪ହଜାର ବିଧାନସଭା କ୍ଷେତ୍ରକୁ ସଂଯୋଗ କରିବ । ସେହିପରି କଂଗ୍ରେସ ମଙ୍ଗ ଧରିବା ପାଇଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକା ଅର୍ଜୁନ ଖଡଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା କହିଛନ୍ତି ପିସିସି ସଭାପତି ।