ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ରିପୋର୍ଟ ପଜେଟିଭ୍ ଆସିବା ପରେ ସଙ୍ଗରୋଧରେ ରହିଥିବା ସୂଚନା ।

467

କନକ ବ୍ୟୁରୋ: ଓଡ଼ିଶା କ୍ୟାଡରର ଆଇଏଏସଙ୍କୁ କରୋନା । କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଥିବା ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ୍ କାନ୍ତ ପାଣ୍ଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜ ଘରେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ମିଳିଛି ।

ତେବେ ଆଇଏଏସ୍ ଅଧିକାରୀ ପାଣ୍ଡେଙ୍କ ଶରୀରରେ ସାମାନ୍ୟ ଜ୍ୱରର ଲକ୍ଷଣ ଦେଖାଯିବ ପରେ ସେ ନିଜର କୋଭିଡ-୧୯ ପରୀକ୍ଷା କରାଇଥିଲେ । ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜକୁ ସଙ୍ଗରୋଧ କରିଛନ୍ତି । ତେବେ ଆଇଏଏସ୍ ଅଧିକାରୀ ପାଣ୍ଡେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବିନିଯୋଗ ଏବଂ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ଯୁଗ୍ମ ସଚିବମାନେ ମଧ୍ୟ ନିଜକୁ ସଙ୍ଗରୋଧ କରିଥିବା ସୂଚନା ମିଳିଛି ।

ଏହା ସହ ନୂଆଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ବିଭିନ୍ନ ବିଭାଗକୁ ସାନିଟାଇଜ କରିବା  ପାଇଁ ସିଲ୍ କରାଯାଇଛି । କରୋନା ଆକ୍ରାନ୍ତ ଥିବା ଜଣା ପଡିବା ପୂର୍ବରୁ ପାଣ୍ଡେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଅନୁସନ୍ଧାନ ଜାରି ରହିଛି । ଏହା ପ୍ରଥମ ନୁହେଁ, ପାଣ୍ଡେଙ୍କ ପୂର୍ବରୁ ବିଭାଗର ଅନ୍ୟ ଦୁଇ ଜଣ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡିଛି ।